Latest News

ଦେଶରେ ୯୯.୨୦ପ୍ରତିଶତ ମୋବାଇଲ ଏବେ ‘ମେଡ଼ ଇନ୍ ଇଣ୍ଡିଆ’

ଗଣେଶ ପରିଡା 15/01/2024ବିଚାର

 ମହାଶୟ,

 ଗତ ୯ବର୍ଷରେ ଭାରତୀୟ ମୋବାଇଲ ଶିଳ୍ପ ବିରାଟ ସଫଳତା ହାସଲ କରିଛି । ଏ ସମୟ ମଧ୍ୟରେ ମୋବାଇଲ ଶିଳ୍ପ କୋଡିଏ ପ୍ରତିଶତ ବୃଦ୍ଧି ପାଇଛି । ଖୁସିର କଥା ଯେ ଦେଶରେ ବିକ୍ରି ହେଉଥିବା ମୋଟ ମୋବାଇଲରୁ ୯୯.୨ ପ୍ରତିଶତ ବର୍ତ୍ତମାନ ‘ମେଡ଼ ଇନ ଇଣ୍ଡିଆ’ । ଯେଉଁଠିକି ୨୦୧୪ରେ ଭାରତୀୟ ମୋବାଇଲ ଶିଳ୍ପ ୭୮ପ୍ରତିଶତ ଆମଦାନି ଉପରେ ନିର୍ଭର କରୁଥିଲା । କେବଳ ମୋବାଇଲ ନୁହେଁ, ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷଠୁ ଆରମ୍ଭ

କରି, ସେମିକଣ୍ଡକ୍ଟର ସାମଗ୍ରୀ, ସୌରଶକ୍ତିରେ ପରିଚାଳିତ ଉପକରଣର ସଂଖ୍ୟା ମଧ୍ୟ ତିଆରି ହେଉଛି ଏବଂ ସେଗୁଡିକର ରପ୍ତାନି କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖଯୋଗ୍ୟ ସ୍ଥାନ ଅଧିକାର କରିଛି । ଦିନ ଥିଲା କରୋନା ସମୟରେ ସାଧାରଣ ପ୍ଲାଷ୍ଟିକ କଣ୍ଟେନର କରିଛି । ତଥା ଛୁଞ୍ଚି ପାଇଁ ଆମକୁ ଅନ୍ୟଦେଶ ଉପରେ ନିର୍ଭର କରିବାକୁ ହେଉଥିଲା । ଏଣୁ ‘ମେଡ଼ ଇନ ଇଣ୍ଡିଆ’ ସାମଗ୍ରୀର ଗୁରୁତ୍ୱ ବାସ୍ତବରେ ଦେଶକୁ ବିିକାଶ ପଥରେ ନେଇଯାଉଛି କହିଲେ ଠିକ ହେବ ।

Flip Book Link: https://demo.rastradeep.com/flip.aspx?fid=209

Related Post