Latest News

ପ୍ରାଚୀନ ଐତିହ୍ୟ ପ୍ରତି ଉଦାସୀନ କାହିଁକି ?

ପ୍ରଶାନ୍ତ ପଣ୍ଡା 15/01/2024ବିଚାର

  

ମହାଶୟ,
କୋଣାର୍କ ମନ୍ଦିରର ଗର୍ଭଗୃହ ଅସୁରକ୍ଷିତ ଥିବା ମନେକରି ୧୯୦୩ ମସିହାରେ ବ୍ରଟିଶ ସରକାର ତା’ମଧ୍ୟରେ ବାଲି ଭର୍ତ୍ତିକରି ଚାରିଦ୍ୱାରକୁ ବନ୍ଦ କରି ଦେଇଥିଲେ । ହେଲେ ୨୦୧୯ରେ ହାଇକୋର୍ଟଙ୍କ ଆଦେଶକ୍ରମେ ସେଠାରୁ ବାଲି କାଢ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସେ କାର୍ଯ୍ୟ କେବଳ ଭାରାବନ୍ଧାଇ ସୀମିତ ରଖାଯାଇଛି । ଏପରି

କାରୁକାର୍ଯ୍ୟରେ ଭରପୂର ଥିବା କାନ୍ଥ ଓ ସ୍ଥାନ ଗୁଡ଼ିକରେ ଏବେ ମରାମତି କରାଯାଇ ସାଦା ପଥର ଖଞ୍ଜାଯାଇଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି । ଏନେଇ ମଝିରେ ମଝିରେ ପ୍ରଶ୍ନ ଉଠୁଥିଲେ ବି ସରକାର କୈଣସି ପଦକ୍ଷେପ ହିଁ ଗ୍ରହଣ କରୁନାହାନ୍ତି । ହେଲେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଗୁରୁତ୍ୱାରୋପ ନକଲେ ଆମ ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି କେଉଁଠି ହଜିଯିବ । 

 

Flip Book Link: https://demo.rastradeep.com/flip.aspx?fid=209

Related Post