Latest News

ଇଗନୁରେ ବିଜ୍ଞାନଭାରତୀ ଆନୁକୂଲ୍ୟରେ ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ରାଷ୍ଟ୍ରଦୀପ 15/01/2024ସମାଚାର ବିବିଧା

ଜ୍ୟୋତିଜାଗତିକବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ବିଷୟକ ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ ସତ୍ର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ପରିସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନ ଉଦ୍‌ଘାଟନ କରିଥିଲେ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀର ଉପସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱରର ଡାକ୍ତର ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀ । କାର୍ଯ୍ୟକ୍ରମ ସଂଯୋଜକ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଡ. ଗୌରୀଶଙ୍କର ସାହୁ କହିଲେ ସାମ୍ପ୍ରତିକ ଜ୍ୟୋତିର୍ବିଜ୍ଞାନରେ ବିଶ୍ୱର ଆଗଧାଡ଼ିର ବୈଜ୍ଞାନିକ ଓ ପ୍ରତିଷ୍ଠିତ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଓ ଗବେଷକମାନେ ଏହି ସମ୍ମିଳନୀ ମାଧ୍ୟମରେ ଗୋଟିଏ ମଞ୍ଚରେ ଏକାଠି ହୋଇ ଯେଉଁ ବାର୍ତ୍ତା ଦେଇଛନ୍ତି ତା’ର ସ୍ୱର ଓ ସ୍ୱାକ୍ଷର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଜାତୀୟ ଶିକ୍ଷାନୀତିରେ ଭାରତୀୟ ଜ୍ଞାନ ପରମ୍ପରାକୁ ପାଠ୍ୟପୁସ୍ତକରେ ସ୍ଥାନିତ କରିବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି ତାକୁ ସଫଳ କରିବା ପାଇଁ ସହାୟକ ହେବ । ଉଦଘାଟନୀ ସତ୍ରର ମୁଖ୍ୟଅତିଥି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରାଷ୍ଟୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ ଆମର ପ୍ରାଚୀନ ଭାଷାରେ ଆମର ବିଜ୍ଞାନ ଯେପରି ବେଦ ଏବଂ ଉପନିଷଦ ଆମ ସମାଜର ସବୁଠାରୁ ମୂଲ୍ୟବାନ । ସମ୍ମିଳନୀର ସଭାପତି ପ୍ରଫେସର ଜ୍ୟୋତିଷ ରଞ୍ଜନ ମହାନ୍ତି, କାର୍ଯ୍ୟକ୍ରମର ପୃଷ୍ଠପୋଷକ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗନୁ) ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୁରେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସମାରୋପ ସତ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱବିଖ୍ୟାତ ବୈ

୍ଞାନିକ ନାଇଜରର ବରିଷ୍ଠ ପ୍ରଫେସର ବେଦାଙ୍ଗ ମହାନ୍ତି, ସଭାପତି ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ ନିଜ ବକ୍ତବ୍ୟରେ ସାମନ୍ତ ଚନ୍ଦ୍ରଶେଖରଙ୍କୁ ବିଶ୍ୱର ଶ୍ରେଷ୍ଠ ଖୋଲା ଆଖି ଜ୍ୟୋତିର୍ବିଜ୍ଞାନୀ ଭାବେ ଚିତ୍ରଣ କରିବା ସହ ପ୍ରଫେସର ଯୋଗେଶ ଚନ୍ଦ୍ର ରାୟ ତାଙ୍କୁ ପାଶ୍ଚାତ୍ୟ ଦୁନିଆ ସହ ପରିଚିତ କରାଇଥିଲେ ବୋଲି କହିଥିଲେ । ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ବୈଜ୍ଞାନିକ ଡ. ବିକାଶ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । 

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକଲବ୍ୟ ପରିସରର ଜ୍ୟୋତିଷ ବିଭାଗର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ବୀଜ ବକ୍ତା ଭାବେ ଯୋଗଦେଇ ଫଳିତ ଜ୍ୟୋତିଷ ବିଷୟରେ ବିଷଦ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ବୈଜ୍ଞାନିକ ଓ ବେଦଜ୍ଞମାନେ ଗୋଟିଏ ମଞ୍ଚରେ ଏକାଠି ହେବା ଏକ ଶୁଭ ସୂଚନା । 
ଶିକ୍ଷାବିତ୍ ପ୍ରଫେସର ବିଜୟ କୁମାର ପରିଡା, ଲୋକପ୍ରିୟ ବିଜ୍ଞାନ ଲେଖକ ଇଂ. ମାୟାଧର ସ୍ୱାଇଁ, ପଣ୍ଡିତ ଗୋପାଳ ଚନ୍ଦ୍ର ଦାଶ, ଡ. ରଜତ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବକ୍ତାଭାବେ ବିଶିଷ୍ଟ ପର୍ଯ୍ୟବେକ୍ଷଣ ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର ହମ ଚାନ୍ଦ, କାଶୀ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଡ. ଅଭିଷେକ କୁମାର ଶ୍ରୀବାସ୍ତବ, ଜବାହରଲାଲ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ରାମ ପ୍ରସାଦ ପ୍ରଜାପତି, ଆମେରିକା ସ୍ଥିତ ହାୱାଇ ବିଶ୍ୱବିଦ୍ୟାଳୟର ଗବେଷକ ଡ. ସୌମ୍ୟରଞ୍ଜନ ଦାସ, ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ ବିଶ୍ୱବିଦ୍ୟାଳୟର ଗବେଷକ ଡ. ଅଭିଷେକ ମହାପାତ୍ର, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ପ୍ରାଧ୍ୟାପକ ସର୍ବଶ୍ରୀ ଡଃ ଗଣେଶ ପ୍ରସାଦ ମିଶ୍ର, ଡ. ନୀଳମାଧବ ଦାଶ, ଡ. ଜ୍ୟୋତିପ୍ରସାଦ ଦାଶଙ୍କ ସମେତ ପନ୍ଦର ଜଣ ନିମନ୍ତ୍ରିତ ବକ୍ତା, ଚାଳିଶ ଜଣ ବକ୍ତା ଗବେଷଣାତ୍ମକ ସନ୍ଦର୍ଭ ପ୍ରଦର୍ଶିତ କରିଥିଲେ । ଶୁଭମ ବେହେରା, ସଞ୍ଜୟ ପଟ୍ଟନାୟକ, ଅରୁଣ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Flip Book Link: https://demo.rastradeep.com/flip.aspx?fid=209

Related Post