Latest News

ଗୋରକ୍ଷକଙ୍କ ଉପରେ ଆକ୍ରମଣ

ରାଷ୍ଟ୍ରଦୀପ 15/01/2024ସମାଚାର ବିବିଧା

ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫୁଲାଡି ନିକଟରେ ଗୋରକ୍ଷକ ଓ ଗୋଚାଲାଣକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୩ଜଣ ଗୋରକ୍ଷକ ଗୁରୁତର ଆହତ ହୋଇ ପ୍ରଥମେ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ା, ଭଦ୍ରକ ଓ ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଜଣେ ଅଭିଯୁକ୍ତର ଘର ବାଲେଶ୍ୱରରେ । ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାରୁ ବେଆଇନ ଗୋରୁ କୋଲକାତା ଚାଲାଣ ବେଳେ ଗୋ-ସୁରକ୍ଷା ବାହିନୀର କାର୍ଯ୍ୟକର୍ତ୍ତାମାନେ ପିଛା କରିଥିଲେ । କେନ୍ଦ୍ରାପଡ଼ାରୁ ବାଲେଶ୍ୱର ମଧ୍ୟରେ ଅନେକ ସ୍ଥାନରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବି ସଫଳ

ୋଇନଥିଲେ । ଶେଷରେ ଫୁଲାଡି ନିକଟରେ ଗାଡି ଅଟକାଇ ଯାଞ୍ଚ କରିଥିଲେ । ପରେ ପରେ ୩୦ରୁ ଅଧିକ ଲୋକ ଗୋରକ୍ଷକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ କଟକ ମହାନଗର ବଜରଙ୍ଗ ଦଳର ସଂଯୋଜକ ଅସିତ କୁମାର ସ୍ୱାଇଁ କହିଛନ୍ତି ଯେ କେନ୍ଦ୍ରାପଡାର ସୁକରପଡାରୁ ୪ଟି ଆଇଚର କଣ୍ଟେନରରେ ଗୋମାତା ପଶ୍ଚିମବଙ୍ଗ ଚାଲାଣ ହେବାର ସୂଚନା ପାଇଥିଲୁ । ଆମେ ତିନୋଟି ଗାଡ଼ିରେ ୧୭ଜଣ କାର୍ଯ୍ୟକର୍ତ୍ତା ପିଛା କରି ଚଣ୍ଡିଖୋଲରୁ ଯାଜପୁର ଭିତରେ ଅଟକାଇବା ପାଇଁ ଉଦ୍ୟମ କରିଥିଲୁ । କଣ୍ଟେନର ସହିତ ୫ଟି ଏସକଟ ଗାଡ଼ି ରହିଥିଲା । ଏସକଟ ଗାଡ଼ିରେ ଥିବା ଯୁବକମାନେ ଅମକୁ ଧମକେଇବା ସହ ୫୦ରୁ ଅଧିକ ଲୋକ କୁଆଡୁ ଚାଲିଆସିଲେ ଆମକୁ ଘେରିଯାଇ ଆକ୍ରମଣ କରିଥିଲେ । ସମସ୍ତେ ଆହତ ହୋଇଥିଲାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

Flip Book Link: https://demo.rastradeep.com/flip.aspx?fid=209

Related Post