Latest News

ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ ଉତ୍ସବ

ରାଷ୍ଟ୍ରଦୀପ 22/01/2024ସମାଚାର ବିବିଧା

 ଚମ୍ପୁଆ ସରସ୍ୱତୀ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପ୍ରକୃତି ପ୍ରେମୀ, ଲେଖକ ଓ ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଭୋଳାନାଥ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ତହସିଲଦାର ଧର୍ମେନ୍ଦ୍ର ଶତପଥି, ମୁଖ୍ୟବକ୍ତାଭାବେ ରାଷ୍ଟ୍ରଦୀପ ସଂପାଦକ ଚିତ୍ତରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଥାନା ଆଇଆଇସି ତ୍ରିନାଥ ସେଠୀ ଓ ପୂର୍ବତନ ଛାତ୍ର ଇଞ୍ଜିନିୟର ଲକ୍ଷ୍ମଣ ବାରିକ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତା

୍କ ବକ୍ତବ୍ୟରେ କହିଥିଲେ ଯେ ଶିଶୁ ମନ୍ଦିର ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଏବଂ ଚରିତ୍ର ଗଠନର ମୂଳାଧାର । ଶିକ୍ଷାଗ୍ରହଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହିତ ଏହା ମାନବ ଧର୍ମ ଗଠନ ଓ ରାଷ୍ଟ୍ର ଗଠନର ବାର୍ତ୍ତା ଦେଇଥାଏ । ହାଇସ୍କୁଲ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ବିଭୁତି ଭୂଷଣ ବାରିକଙ୍କୁ ବରୁଣ ବିଶ୍ୱ ଭୂଷଣ ପୁରସ୍କାର, କିଶୋର ବର୍ଗର ଶ୍ରେଷ୍ଠ ଖେଳାଳି ପ୍ରିୟାଂଶୁ ମହାକୁଡ ଓ ସୁଜାତା ହୋତାଙ୍କୁ ଚିନ୍ମୟ ସ୍ମାରକୀ ପୁରସ୍କାର । ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଏ-୧, ସରକାରୀ ବୃତ୍ତି ଓ ଏନଆରଟିଏସରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Flip Book Link: https://demo.rastradeep.com/flip.aspx?fid=210

Related Post