Latest News

ଘାସ ଭଳି ଦେଖାଯାଉଥିବା ସାପ

ରାଷ୍ଟ୍ରଦୀପ 11/12/2023ସମ୍ପାଦକୀୟ

 କେତେ ପ୍ରଜାତିର ଜୀବଜନ୍ତୁ ପୃଥିବୀପୃଷ୍ଠରୁ ଲୋପ ପାଇଥିବାବେଳେ ଅନ୍ୟ କେତେ ପ୍ରକାର ପ୍ରାଣୀ ଏବେ ମଧ୍ୟ ସୃଷ୍ଟି ଅଢ଼ୁଆଳରେ ରହିଛନ୍ତି । ନିକଟରେ ଘାସ ଭଳି ଦେଖାଯାଉଥିବା ଏକ ସାପର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟରେ ଘୂରି ବୁଲୁଛି । ବିଭିନ୍ନ ବର୍ଗର ଲୋକେ ଏ ଭିଡିଓ ଦେଖିବା

ପରେ ମତାମତ ଦେଇଛନ୍ତି ଯେ ଏଇ ଘାସ ସାପର ଭିଡିଓ କିଛି ମାସ ତଳେ ମଧ୍ୟ ଭାଇରାଲ୍ ହୋଇଥିଲା । ସବୁଜରଙ୍ଗର ସାପ ଶରୀର ଲୋମାବୃତ୍ତ, ହଠାତ୍ ଦେଖିଲେ କେହି ଜାଣିପାରିବେନି ଯେ ଏହା ଗୋଟିଏ ସାପ । ଥାଇଲାଣ୍ଡର ଦକ୍ଷିଣ ଭାଗରେ ଥିବା ଜଙ୍ଗଲରୁ ଏଇ ସାପକୁଧରି ଗବେଷଣା ଜାରି ରହିଥିବା ପ୍ରକାଶ ।

Flip Book Link: https://demo.rastradeep.com/flip.aspx?fid=205

Related Post