Latest News

ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଛାତ୍ର ହୁଙ୍କାର ସମାବେଶ

ଗୋଲଖ ଚନ୍ଦ୍ର ଦାସ 11/12/2023ସମ୍ପାଦକୀୟ

 ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପକ୍ଷରୁ ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ନଭେମ୍ବର ୨୧ ତାରିଖ ଦିନ ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ସମାବେଶରେ ଓଡିଶାର କୋଣ ଅନୁକୋଣରୁ ୨୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଏହି ସମାବେଶରେ ଶିକ୍ଷା ସୁରକ୍ଷା ରୋଜଗାର ଦାବିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ଶୋଭାଯାତ୍ରା ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରୁ ଆରମ୍ଭ ହୋଇ ରାମ ମନ୍ଦିର ଓ ମାଷ୍ଟରକ୍ୟାଣ୍ଟିନ ଦେଇ ଲୋୟର୍ ପିଏମ୍‌ଜି ଠାରେ ପହଞ୍ଚିଥିଲା । ଏଠାରେ ଏକ ବିଶାଳ ସଭା ଆୟୋଜିତ ହୋଇଥିଲା । ଓଡ଼ିଶାର ୩୦ ଟି ଜିଲ୍ଲାରୁ ୨୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ବିଭିନ୍ନ କ୍ୟାମ୍ପସରୁ ଆସି ଏହି ଛାତ୍ର ହୁଙ୍କାର ସମ

ାବେଶରେ ଯୋଗଦେଇ ନିଜ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ଅଧ୍ୟାପକ ପଦବୀ ପୂରଣ, କ୍ୟାମ୍ପସକୁ ଗୁଣ୍ଡାମି ମୁକ୍ତ କରିବା, ଓଡ଼ିଆ ଯୁବକଙ୍କୁ ଓଡ଼ିଶାରେ ରୋଜଗାର, ରୁଚିକା, ମମିତା ମେହେର ଭଳି ଘଟଣାରେ ନ୍ୟାୟ ଆଦି ୪୧ ଦାବି ନେଇ ଏହି ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଳ୍‌କ ଶୁକ୍ଳା ଯୋଗଦେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଏହି ଅପାରଗ ସରକାର ବୁଢ଼ା ହୋଇଗଲାଣି ତାହା ପରିବର୍ତ୍ତନ ହେବା ଦରକାର । ଏ ସରକାର ବିଦ୍ୟାର୍ଥୀମାନଙ୍କ ସହିତ ଧୋକା କରିବା ସହିତ ତାଙ୍କ ଆଖିରେ ଧୂଳି ଓ ଧୂଆଁ ଦେବା କାର୍ଯ୍ୟ କରୁଛନ୍ତି ।

 

Flip Book Link: https://demo.rastradeep.com/flip.aspx?fid=205

Related Post