Latest News

ବିଜେଡି ପାଇଁ ଓଡିଶା ଲଜ୍ଜିତ

ଗୋଲଖ ଚନ୍ଦ୍ର ଦାସ 11/12/2023ସମ୍ପାଦକୀୟ

 ଅଣ ଓଡିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର ବଞ୍ଚିତ ବର୍ଗର ଗୌରବ ସାଜିଥିବା ଭାରତର ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁଙ୍କୁ ବାରମ୍ବାର ଅସମ୍ମାନିତ କରୁଛନ୍ତି । ଯେଉଁଥିପାଇଁ ସମଗ୍ର ଓଡ଼ିଶାବାସୀଙ୍କୁ ବେଳେ ବେଳେ ଲଜ୍ଜିତ ହେବାକୁ ପଡୁଛି ବୋଲି ନଭେମ୍ବର ୨୮ ତାରିଖ ଦିନ ପୂର୍ବତନ ସାଂସଦ ଡ. ବିଭୁପ୍ରସାଦ ତରାଇ ପ୍ରକାଶ କରିଛନ୍ତି ।

ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ମହାମହିମ ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ରାଷ୍ଟ୍ରମୁଖ୍ୟ ଭାବରେ ସମ୍ବିଧାନ ଆଧାରରେ ଦଳୀୟ ଚିନ୍ତାଧାରାର ଊର୍ଦ୍ଧ୍ୱରେ ରହି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କ'ଣ ଅଭିଭାଷଣ ଦେବେ ତାହାକୁ କ’ଣ ବିଜେଡି ବିଧାୟକ ସ୍ଥିର କରିବେ! ବିଜେଡି ଦଳର ବିଧାୟକ ରାଉତରାୟ ରାଷ୍ଟ୍ରପତି ମହୋଦୟାଙ୍କୁ ସମାଲୋଚନା କରିବା ତାଙ୍କର ମୂର୍ଖତା, ଅଜ୍ଞତା, ଅହମିକା ହୋଇପାରେ । ପାରାଦୀପ ବନ୍ଦରକୁ କୁଆଡେ ସମ୍ବି

ତ ରାଉତରାୟ ଅଚଳ କରିଦେବେ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ବନ୍ଦରକୁ ଅଚଳ କରିବା ତ ଦୂରର କଥା ଯଦି ସାହସ ଅଛି ତା’ହେଲେ ଗୋଟିଏ ପଞ୍ଚାୟତ ଅଚଳ କରି ଦେଖାନ୍ତୁ ବୋଲି ବିଭୁପ୍ରସାଦ ତରାଇ କଟାକ୍ଷ କରିଛନ୍ତିି । 

ପାରାଦୀପ ବନ୍ଦର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ "କାରଗୋହେଣ୍ଡଲିଂ’ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ପାରାଦୀପ ବନ୍ଦର ପାଇଁ ବିକାଶର ସୁସ୍ୱାଦୁ ଚାଖିଛି ଓଡ଼ିଶା । ତୈଳବିଶୋଧନାଗାର, ପ୍ଲାଷ୍ଟିକ ପାର୍କ, ବିଭିନ୍ନ ବେସରକାରୀ ପ୍ରତିଷ୍ଠାନମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସିଛନ୍ତି । ସେହି ସମୟରେ ସମ୍ବିତ ରାଉତରାୟଙ୍କ ଏଭଳି ଶସ୍ତା ମନ୍ତବ୍ୟ ସମ୍ବିଧାନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ । ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏବଂ ତାଙ୍କ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ମହୋଦୟାଙ୍କୁ କ୍ଷମା ମାଗନ୍ତୁୁ ବୋଲି ଶ୍ରୀ ତରାଇ କହିଛନ୍ତି ।

Flip Book Link: https://demo.rastradeep.com/flip.aspx?fid=205

Related Post