Latest News

ସ୍ୱାଭିମାନୀ

ପ୍ରସନ୍ନ କୁମାର ବିଶ୍ୱାଳ 25/12/2023ସମ୍ପାଦକୀୟ

 ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜଣେ ବନ୍ଧୁ ନିଜ ଜନ୍ମଦିନରେ ତାଙ୍କୁ ଭୋଜନ କରିବା ନିମନ୍ତେ ଆମନ୍ତ୍ରଣ କରିଥିଲେ । ଈଶ୍ୱରଚନ୍ଦ୍ର ସବୁବେଳେ ସାଧାରଣ ପୋଷାକ ପିନ୍ଧୁଥିଲେ । ତାଙ୍କ ବେଶଭୂଷା ଦେଖି ଫାଟକ ପାଖରେ ଥିବା ଦରୁଆନ ତାଙ୍କୁ ଭିତରକୁ ଯିବାକୁ ଦେଲା ନାହିଁ । ସେ ଖୁବ୍ ଅପମାନିତ ବୋଧ କଲେ । ଦୁଃଖରେ ତାଙ୍କ ଆଖିରୁ ଲୁହର ଧାର ବୋହିବାକୁ ଲାଗିଲା । ସେ ଥିଲେ ଭାରି ସ୍ୱାଭିମାନୀ । ଦୁଃଖରେ ଭାଙ୍ଗି ନ ପଡ଼ି ସେ ଫେରିଯାଇ ନୂତନ ପୋଷାକ ପିନ୍ଧି ଆସିଲେ

। ଏଥର ଦରୁଆନ ତାଙ୍କୁ ଆଉ ଅଟକାଇଲା ନାହିଁ । ଭିତରକୁ ଯାଇ ସେ ଖାଇବା ଟେବୁଲ ପାଖରେ ପହଞ୍ôଚଗଲେ । କିନ୍ତୁ ସୁସ୍ୱାଦୁ ଖାଦ୍ୟ ସବୁକୁ ନିଜେ ନ ଖାଇ ସେ ନିଜର ସେ ନୂଆ ପୋଷାକରେ ବୋଳିବାକୁ ଲାଗିଲେ । ତାଙ୍କର ବନ୍ଧୁ ଏସବୁ ଦେଖି ତା'ର କାରଣ ପଚାରିଲେ । ଈଶ୍ୱରଚନ୍ଦ୍ର ସମସ୍ତ ଘଟଣା ବର୍ଣ୍ଣନା କରିବାରୁ ବନ୍ଧୁ ଜଣକ ଖୁବ୍ ଲଜ୍ଜିତ ହେଲେ । ସେ ଈଶ୍ୱରଚନ୍ଦ୍ରଙ୍କୁ ଘର ଭିତରକୁ ଡାକି ନେଇ କ୍ଷମା ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଏକତ୍ର ଭୋଜନ କଲେ ।

Flip Book Link: https://demo.rastradeep.com/flip.aspx?fid=206

Related Post