Latest News

ଜୀବନ ଓ ସାଧନାତନ୍ତ୍ର

ଅଧ୍ୟାପକ ଦାମୋଦର ବେହେରା 25/12/2023ସମ୍ପାଦକୀୟ

 

 
ମାନବ ଶରୀର ମନ ଓ ଚେତନା ଏ ତିନୋଟି ସଂପତ୍ତି ଆମ ପାଇଁ ଭଗବାନଙ୍କର ଅପୂର୍ବ ଦାନ । ଶରୀର ମଧ୍ୟରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ସତ୍ତା ପ୍ରଚ୍ଛନ୍ନ ଭାବରେ ଲୁକ୍ଲାୟିତ ହୋଇ ରହିଥିବାର ବହୁ ଅନାଦି କାଳରୁ ଆଧ୍ୟାତ୍ମବାଦୀ ଯୋଗୀ ସାଧକମାନେ ମତପ୍ରଦାନ କରିଛନ୍ତି । ଜନ୍ମଜନ୍ମର ସାଧନା ସତକର୍ମ, ତପସ୍ୟା ଥିବାରୁ ଆମକୁ ଏ ଦୁର୍ଲଭ ମାନବ ଶରୀର ପ୍ରାପ୍ତ ହୋଇଛି । ସାଧାରଣତଃ ତିନୋଟି ସତ୍ତା ଯଥା ମଣିଷ ସୃଷ୍ଟି, ପଶୁପକ୍ଷୀ ସମେତ ପ୍ରାଣୀଜଗତ ପ୍ରକୃତି ରୂପିଣୀ ବୃକ୍ଷ ସମ୍ପଦ ପରସ୍ପର ଦୃଢ଼ ଭାବରେ ସମ୍ମିଶ୍ରିତ ହୋଇ ଏ ସଂସାର ପରିଚାଳନାରେ ଅଙ୍ଗୀକାର ହୋଇଛନ୍ତି । ସାମାନ୍ୟ ଗୋଟିଏ କ୍ଷୁଦ୍ର ଜୀବ ଭିତରେ ବିରାଟତ୍ୱର ଯେଉଁ ସମ୍ଭାବନାଟି ଲୁଚିରହିଛି ଅନେକ ସମୟରେ ତାହା ଆମକୁ ବିସ୍ମିତ ଓ ଚମତ୍କୃତ କରିଦେଉଛି । ଗୋଟିଏ ଶିଶୁ ଭିତରେ ବିକଶିତ ହେବାର ସକଳ ଉତ୍ସ ପରିପୂର୍ଣ୍ଣ ହୋଇ ଆମକୁ ଶିକ୍ଷାଦେଉଛି-କ୍ଷୁଦ୍ରମଧ୍ୟରେ ବିରାଟ ସମାହାର କେତେ ଚମତ୍କୃତ ସତେ ।
ପରିଦୃଶ୍ୟମାନ ଆମ ଜଗତ ହେଉଛି ଜ୍ଞାନର ଅସୀମ ଭଣ୍ଡାର । ବାସ୍ତବରେ ଜ୍ଞାନ ଏକ ଶଦ୍ଦ ଯାହା ମଣିଷକୁ ନେଇ କେତେ ଯେ ଉଚ୍ଚତର କ୍ଷେତ୍ରରେ ପଞ୍ଚାଇ ଦିଏ ତା’ର ପଟ୍ଟାନ୍ତର ନାହିଁ । ଏହି ଜ୍ଞାନହିଁ ହେଉଛି ଆଜିର ଏ ପୃଥିବୀର ସାମଗ୍ରିକ ପରିଚୟ । ମାତ୍ର ଏହି ଜ୍ଞାନ ସ୍ୱୟଂ କାହାପାଖରେ ପଞ୍ଚିଯାଏ ନାହିଁ । ଏହି ଜ୍ଞାନଶକ୍ତିକୁ ହାସଲ ବା ସାଧନ କରିବାକୁ ହୁଏ । ସକଳ ଶକ୍ତି ଆମପାଖରେ ଅଛି । ମାତ୍ର ଆମେ ଉନ୍ମୁଖ ନହେଲେ ଏଶକ୍ତିର ଦ୍ୱାରକେବେ ଫିଟେନାହିଁ । ଯେପରି ସମ୍ପୂର୍ଣ୍ଣ ବାରୁଦଯୁକ୍ତ ଗୋଟିଏ ବମ୍ ସକଳ ଶକ୍ତି ଧାରଣକରି ପଡ଼ିରହିଥାଏ - ସେଥିରେ ଅଗି୍ନ ସଂଯୋଗ ହେଲେ ସେ ଯାଇ ତା’ର ସାମର୍ଥ୍ୟ ଦେଖାଏ । ପ୍ରାଚୀନ କାଳରେ ଦିବ୍ୟଦ୍ରଷ୍ଟା ଯୋଗୀ ଋଷିମାନେ ମାନବ ଶରୀରକୁ ବ୍ରହ୍ମାଣ୍ଡ ସହିତ ତୁଳନା କରିଛନ୍ତି । ସେଥିପାଇଁ ଶାସ୍ତ୍ରପୁରାଣରେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱର ଅବତାରଣା କରାଯାଇଛି । ଅଷ୍ଟାବକ୍ର ଗୀତାରେ ଉଲ୍ଲେଖ ଅଛି- ‘ମୁଁ ନିଶ୍ୱ ସାରା ବିଶ୍ୱ ମୋର ।’ ସ୍ୱାମୀ ବିବେକାନନ୍ଦଙ୍କର ଉଦ୍ଦାତ୍ତ ଉଦ୍‌ଘୋଷଣା ଥିଲା ଇକ୍ଷକ୍ଷ ଗ୍ଧଷର କ୍ଟ୍ରକ୍ଟଙ୍ଗରକ୍ସ ସଗ୍ଦ ଙ୍ଗସଗ୍ଧଷସଦ୍ଭ ଚ୍ଚକ୍ଟଙ୍କ. ଉବଦ୍ଭ ୟକ୍ଟ ବଦ୍ଭଚ୍ଚଗ୍ଧଷସଦ୍ଭଶ ବଦ୍ଭୟ ରଙ୍ଖରକ୍ସଚ୍ଚଗ୍ଧଷସଦ୍ଭଶ. ଈରକ୍ଷସରଙ୍ଖର ସଦ୍ଭ ଗ୍ଧଷବଗ୍ଧ ସୟକ୍ଟଦ୍ଭଗ୍ଧ ଭରକ୍ଷସରଙ୍ଖର ଗ୍ଧଷବଗ୍ଧ ଚ୍ଚକ୍ଟଙ୍କ ବକ୍ସର ଙ୍ଗରବଳ. ଝଗ୍ଧବଦ୍ଭୟଙ୍କକ୍ଟ୍ର ବଦ୍ଭୟ ରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ ଗ୍ଧଷବଗ୍ଧ ୟସଙ୍ଖସଦ୍ଭସଗ୍ଧଚ୍ଚ ଙ୍ଗସଗ୍ଧଷସଦ୍ଭ ଚ୍ଚକ୍ଟଙ୍କ. ମନେପଡେ ପ୍ରଣମ୍ୟ କବି ରଙ୍ଗାଜୀବ ଗଙ୍ଗାଧରଙ୍କର ଅଭିବ୍ୟକ୍ତିଟିଏ -ମୁଁ ଯେ

ଅମୃତ ସାଗର ବିନ୍ଦୁ । ବାସ୍ତବରେ ଏସବୁ ଆତ୍ମଗତ ପରିଭାଷା ମଣିଷକୁ ବହୁ ଉଚ୍ଚତର କ୍ଷେତ୍ରରେ ନେଇ ଅଧିଷ୍ଠିତ କରାଇଛି । ଥରେ ଅନ୍ତର୍ଦୃଷ୍ଟି ରୂପକ ତୃତୀୟ ନେତ୍ରଟି ଉନ୍ମିଳିତ ହୋଇଥିଲେ -ନିଜ ଭିତରେ ଆଉକିଛି ନୁହେଁ ବିଶ୍ୱରୂପ ହିଁ ଦୃଶ୍ୟମାନ ହେବ । ଆସିବ ପରିବର୍ତ୍ତନ । ମଣିଷ ସନ୍ଧାନୀ ହେବ ବିରାଟର । ପୁରୁଷାକାରର ଆଧାର ସଂଯୋଗରେ ସେ ପ୍ରତିଟି କ୍ଷେତ୍ରରେ ଶ୍ରେଷ୍ଠତ୍ୱର ପ୍ରତିପାଦନ କରିପାରିବ । ସଂପ୍ରତି ଅନେକ ବକ୍ତିଙ୍କର ଜୀବନ ବର୍ଦ୍ଧନ ପାଇଁ ସର୍ବୋତ୍ତମ ପ୍ରୟାସ ନାହିଁ । କାରଣ ସେମାନେ ଗୋଟିଏ ଦିଗରେ ତଲ୍ଲିନ ଯେ ଭୋଗସର୍ବସ୍ୱ ଜୀବନ ହିଁ ମଣିଷର ବଡ ପରିଚୟ ପ୍ରଥମରୁ ଆଲୋଚନା ହୋଇଛି ମଣିଷ ସାଧନାରେ ରହିଲେ ଜୀବନରେ ସବୁକିଛି କରିପାରିବ ଚିନ୍ତନ ଶୁଦ୍ଧରହିଲେ ସାଧନା ହେବ ଆଲୋକମାର୍ଗୀ । ଏହା ସତ୍ୟ ଯେ ତାନ୍ତ୍ରିକ ବି ଗଭୀର ସାଧନାରେ ବ୍ୟାପୃତ ରହେ କୌଣସି ବିନିଷ୍ଟକାରୀ କାର୍ଯ୍ୟଧାରାରେ କାୟ ମନ ବାକ୍ୟରେ ସମର୍ପିତ ହୋଇ ଏ ସଂସାରକୁ କଦର୍ଥନା ବାଣ୍ଟୁଥିବା ଲୋକଙ୍କର ସଂଖ୍ୟା କମ୍ ନୁହେଁ । ଏଥିପାଇଁ ମଧ୍ୟ ଆମ ଇତିହାସର ଅନେକ ପୃଷ୍ଠା ରକ୍ତରଙ୍ଗରେ ରଞ୍ଜିତ ହୋଇଯାଇଛି । ଯେଉଁ ବ୍ୟକ୍ତିମାନସରୁ କୁ-ଶକ୍ତିର ଉଦ୍ଭବ ହେଉଛି -ଯିଏ କ୍ଷୟକାରୀ ମନୋଭାବ ନେଇ ସର୍ବଦା ବିଚରଣ କରୁଛି ଯେଉଁମାନଙ୍କ ପାଇଁ ଏ ସଂସାର ଭୀତତ୍ରସ୍ତ ସେମାନେ ଚିନ୍ତାକରିବା ଉଚିତ୍ ସେମାନଙ୍କର କୁତ୍ସିତ କର୍ମପ୍ରବଣତା କେତେ ମାତ୍ରାରେ ଏସଂସାରକୁ ପତନ ପଥରେ ଆଗେଇ ନେଉଛି । ଏଥିପାଇଁ ମଧ୍ୟ ସେମାନଙ୍କର କେତେ ଯେ ଭାବନା, ଶକ୍ତି, ଇଚ୍ଛା, ଆୟୋଜନ, ସମୟ, ଶ୍ରମ ବିନିଯୋଗ ହେଉଛି ଏଥିରେ ସଂନ୍ଦେହ ନାହିଁ । ଶକ୍ତି, ଇଚ୍ଛା କାର୍ଯ୍ୟଧାରା ଏ ତିନିଟିର ମିଶ୍ରଣ ହେଉଛି ‘ସାଧନା’ । ଏ ସାଧନାର ଅନ୍ୟନାମଟି ହେଉଛି ସଂକଳ୍ପ । ସଂକଳ୍ପ ନିଜଭିତରେ ପ୍ରତିଟି ଇନ୍ଦ୍ରିୟକୁ ସଜାଗ କରିଦିଏ । ନିଜ ଭିତରେ ସୃଷ୍ଟିହୁଏ କିଛି କାର୍ଯ୍ୟପାଇଁ ଆବେଗ ପ୍ରବଣତା । ଠିକ୍ ଏତିକିବେଳେ ଚେତନାଉତ୍ସରୁ ଝରିଆସେ ବିଚାରସତ୍ତା । ବିଚାର ସତ୍ତାର କାର୍ଯ୍ୟହେଉଛି ଯେ ସେ ପଚାରିବ ଯାହା କରୁଛ ତାହା ଠିକ୍ ନା ଭୁଲ୍ । ରେ ମନ ଉତ୍ତର ଦିଅ । ତୁୁମ ସଂକଳ୍ପର ଯଥାର୍ଥ ଦିଗଭାଗ ସମ୍ପର୍କରେ ଅବଗତ କରାଅ । ତୁମେ ମାନୁଷୀ ସତ୍ତାକୁ କେବେ ଭୁଲନାହିଁ । ବେଳେ ବେଳେ ଆମେ ଏପରି ଭୁଲ କରିବସନ୍ତି ଆମ ସଂକଳ୍ପ ବା ସାଧନା ଦିଗହରା ହୋଇଯାଏ । ଆମ ଭିତରେ ସୈତାନ ରାଜୁତି କରେ । ଆମର କାର୍ଯ୍ୟହୁଏ ଧ୍ୱଂସମୁଖୀ । ଆମେ ହୋଇଯାନ୍ତି ଅପରାଧୀ-ଜଗତ୍ ସମ୍ମୁଖରେ ତଥା ବିଶ୍ୱ ଦୃଷ୍ଟିରେ । ଆସନ୍ତୁ ଜୀବନ ଜିଜ୍ଞାସାର ଏ ମହାନ୍ ତତ୍ତ୍ୱକୁ ବିଶ୍ଳେଷଣ ପୂର୍ବକ ଆମ ଅନ୍ତର୍ନିହିତ ଶକ୍ତିର ସୁବିନିଯୋଗ ପୂର୍ବକ ସାଧନ ଯଜ୍ଞରେ ସତ୍‌କର୍ମର ଆହୁତି ଦେବା ।

Flip Book Link: https://demo.rastradeep.com/flip.aspx?fid=206

Related Post