Latest News

ସୁଡଙ୍ଗ ଭିତରର ନାୟକ ଗଽର ସିଂହ ନେଗୀ

ରାଷ୍ଟ୍ରଦୀପ 11/12/2023ମୁଖ୍ୟ ପ୍ରସଙ୍ଗ

 ଗବ୍‌ବର ସିଂହ ନେଗୀ ଥିଲେ ସୁଡଙ୍ଗ ଭିତରେ ଫସିଥିବା ୮ଟି ରଜ୍ୟର ୪୧ଜଣ ଶ୍ରମିକଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ । ଦୁଃସ୍ଥିତି ମଧ୍ୟରେ ଥାଇ ସେ ନିରନ୍ତର ଭାବେ ଅନ୍ୟ ଶ୍ରମିକମାନଙ୍କ ମନୋବଳ ବଢ଼ାଇବା ତଥା ତାଙ୍କୁ ସାହସ ଦେବାର କାର୍ଯ୍ୟ ଜାରି ରଖିଥିଲେ । ସେ ପୌରୀ ଗଡୱାଲ ଜିଲ୍ଲାର ଅଧିବାସୀ । ଏହା ପୂର୍ବରୁ ଗବ୍‌ବର ଆଉ ତିନୋଟି ଭୁଶୁଡି ପଡିଥିବା ସୁଡଙ୍ଗରେ ଫସିବାର ଅନୁଭୂତି ଥିଲା । ନେଗୀ ତାଙ୍କ ଶ୍ରମିକ ଭାଇମାନଙ୍କୁ ସୁଡଙ୍ଗ ଭିତରେ ଯୋଗ ଓ ଧ୍ୟାନ ଶିଖାଇଥିଲେ ତଥା ତାଙ୍କୁ ଶାରୀରି

ଓ ମାନସିକ ସ୍ତରରେ ସକ୍ରିୟ ରହିବାକୁ ଚେଷ୍ଟା ଚଳାଇଥିଲେ । ସେ ନିଜ ସାଥୀଭାଇମାନଙ୍କୁ ନିଜେ ସବୁଠାରୁ ଶେଷରେ ସୁଡଙ୍ଗ ଭିତରୁ ବାହାରିବେ ବୋଲି ବିଶ୍ୱାସ ଦେଇଥିଲେ ଏବଂ ଏହି କଥା ନେଗୀ ତାଙ୍କ ଭାଇ ଜୟଶଲଙ୍କୁ ଫୋନ ଯୋଗେ ଜଣାଇଥିଲେ । ତାଙ୍କର ଏଭଳି ଉଦାରତା, ସାହସିକତା ସୁଡଙ୍ଗ ଭିତରୁ ସମସ୍ତଙ୍କୁ ସୁସ୍ଥ ଓ ହସ ହସ ମୁହଁରେ ଫେରାଇ ଆଣିବାରେ ସାହାଯ୍ୟ କରିଥିଲା । ଯେଉଁଥିପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।

Flip Book Link: https://demo.rastradeep.com/flip.aspx?fid=205

Related Post